ମହିଳାଙ୍କଠାରୁ ସୁନାଗହଣା ଓ ଟଙ୍କା ଲୁଟ

  • 22-Jan-2021
  • 0 Comments


ନିଜକୁ ପୁଲିସ ଦର୍ଶାଇ ଦୁଇଜଣ ଲୁଟେରା ଜଣେ ମହିଳାଙ୍କଠାରୁ ସୁନାଗହଣା ଓ ଟଙ୍କା ଲୁଟି ପଳାଇଛନ୍ତି । ଘଟଣାଟି ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ଅଂଚଳରେ ଘଟିଛି । ସଂପୃକ୍ତ ମହିଳା ଜଳେଶ୍ୱର ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି ।

ରିପୋର୍ଟ ମୁତାବକ ଜଳେଶ୍ୱରର ବଡ଼ବଜାର ଅଂଚଳରେ ଥିବା ମନ୍ଦିର ନିକଟରେ ଜଣେ ମହିଳାଙ୍କୁ ଦୁଇଜଣ ଲୁଟେରା ଭେଟି ଗହଣା ଓ ଟଙ୍କାକୁ ହେପାଜତରେ ରଖିବାକୁ କହିଥିଲେ । ପୁଲିସ ପୋଷାକ ପିନ୍ଧା ଦୁଇ ଯୁବକଙ୍କୁ ଦେଖି ମହିଳାଙ୍କ ମନରେ କୌଣସି ସନେ୍ଦହ ଜାତ ହୋଇନଥିଲା । ସେ ତାଙ୍କ ପାଖରେ ଥିବା ୩୦ ଗ୍ରାମର ସୁନାହାରଟିକୁ ବ୍ୟାଗରେ ରଖିବା ମାତ୍ରେ ଦୁଇ ଯୁବକ ସେମାନଙ୍କଠାରୁ ବ୍ୟାଗଟିକୁ ଛଡ଼ାଇନେଇ ଆଖି ପିଛୁଳାକେ ପଳାଇଥିଲେ । ମହିଳାଙ୍କ ବ୍ୟାଗରେ ୪ ହଜାର ଟଙ୍କା ଥିଲା । ଲୁଟେରାଙ୍କ ଶିକାର ହୋଇଥିବା ମହିଳାଙ୍କ ନାମ ସ୍ନେହଲତା ଭଞ୍ଜ । ତାଙ୍କ ଘର ଜଳେଶ୍ୱର ଥାନା ଅନ୍ତର୍ଗତ ନନ୍ଦିକା ଗ୍ରାମରେ ।

Related

News