ରାଜ୍ୟରେ କରୋନାର ଦ୍ଵିତୀୟ ଅବତାର

  • 21-Apr-2021
  • 0 Comments


ମଙ୍ଗଳବାର ୪୮୫୧ ସଂକ୍ରମିତ, ୫ ମୃତ

ବିଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୪୮୫୧ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତା ସହିତ ଚିକିତ୍ସାଧୀନ ସଂକ୍ରମିତଙ୍କ ମଧ୍ୟରୁ ୫ ଜଣ  ମୃତ୍ୟୁବରଣ କରିଛନ୍ତି । ନୂତନ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରାଣ୍ଟାଇନରୁ ୨୮୧୪ ଓ ୨୦୩୭ ସ୍ଥାନୀୟ ସଂକ୍ରମିତ ଅଛନ୍ତି । ରିପୋର୍ଟ ଅନୁସାରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୭୦୩ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ଏଥିସହିତ ଅନୁଗୁଳରୁ ୧୧୧, ବାଲେଶ୍ୱର ୫୨, ବରଗଡ ୩୧୮, ଭଦ୍ରକ ୭୩ ବଲାଙ୍ଗୀର ୨୨୭, ବଉଦ ୨୨, କଟକରୁ ୩୦୪ ଜଣଙ୍କୁ ଚିହ୍ନଟ କରାଯାଇଛି। ଢେଙ୍କାନାଳରୁ ୩୧, ଗଜପତି ୩୫, ଗଞ୍ଜାମ ୧୫୧, ଜଗତସିଂହପୁର ୩୯, ଯାଜପୁର ୬୪, ଝାରସୁଗୁଡା ୨୯୦, କଳାହାଣ୍ଡିରେ ୭୯ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କେନ୍ଦ୍ରାପଡାରୁ ୫୮, କେନ୍ଦୁଝର ୧୬୬, କୋରାପୁଟ ୬୨, ମାଲକାନଗିରିରୁ ୩୧ ଜଣ କୋଭିଡ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେହିଭଳି ମୟୁରଭଞ୍ଜରୁ ୭୮, ନବରଙ୍ଗପୁର ୧୯୪, ନୟାଗଡ ୬୬, ନୂଆପଡା ୪୮୬, ପୁରୀ ୨୨୩, ରାୟଗଡା ୮୫, ସମ୍ବଲପୁର ୧୭୧, ସୋନପୁର ୯, ସୁନ୍ଦରଗଡରୁ ୫୧୬ ଚିହ୍ନଟ ହୋଇଛନ୍ତି। ଷ୍ଟେଟପୁଲରୁ ୧୪୫ ଜଣଙ୍କୁ ଚିହ୍ନଟ କରାଯାଇଛି।

ବିଗତ ୨୪ ଘଣ୍ଟା ଭିତରେ ୧୭୪୦ କୋଭିଡ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଏପଯ୍ୟନ୍ତ ରାଜ୍ୟରେ ମୋଟ ୩,୮୨,୩୧୫ ପଜିଟିଭ ବାହାରିଛନ୍ତି, ସେମାନଙ୍କ ମଧ୍ୟରୁ ୩,୪୯,୩୭୭ ଜଣ ସୁସ୍ଥ ହୋଇଛନ୍ତି ଓ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୩୦୯୨୭ ରହିଛି।

Related

News