ବିଜେଡି ରାଜନୀତି ବେଦିରେ ବଳି ପଡିଛି ଗୋବିନ୍ଦ ସାହୁ 

  • 22-Dec-2022
  • 0 Comments


ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଲିଖିତ ନିର୍ଦ୍ଦେଶ ବଳରେ ମମିତା ମେହେର ହତ୍ୟାକାରୀକୁ ଜେଲ ଭିତରେ ମାରି ଦିଆଯାଇଛି I ଅଭିଯୁକ୍ତ ଗୋବିନ୍ଦ ସାହୁ ଭଦ୍ରଲୋକ ନ ଥିଲା, କିନ୍ତୁ ତାକୁ ଜେଲ ଭିତରେ ମାରି ଦିଆଯିବା ଆଦୌ ଗ୍ରହଣୀୟ ନୁହେଁ I ବିଜେଡି ନେତାଙ୍କ ସହିତ ମିଳାମିଶା ଥିବାରୁ ମମିତା ମେହେରକୁ ମାରି ଖସିଯିବ ବୋଲି ଗୋବିନ୍ଦ ଭାବୁଥିଲା, କିନ୍ତୁ ଘଟଣାଟି ପ୍ରଘଟ ହେବାରୁ ଗୋବିନ୍ଦ ସହିତ ସମ୍ପର୍କ ରଖିଥିବା ବିଜେଡି ନେତା ଦିବ୍ୟଶଙ୍କର ମିଶ୍ର ଚର୍ଚ୍ଚାର ପରିସରକୁ ଆସିଲେ, ଲୋକଙ୍କ ଦୃଷ୍ଟିରେ ବିଜେଡି ଏକ ଅପରାଧୀଙ୍କ ଦଳ ବୋଲି ଜଣାପଡିଲା I ଆଗାମୀ ନିର୍ବାଚନରେ ଜିତିବାକୁ ହେଲେ ଦଳକୁ ପବିତ୍ର କରିବାକୁ ପଡିବ, ହତ୍ୟା ଅଭିଯୁକ୍ତ ଗୋବିନ୍ଦ ସାହୁ ରକ୍ତରେ ବିଜେଡ଼ିକୁ ପବିତ୍ର କରିବା ଉଚିତ ହେବ ବୋଲି ମୁଖିଆ ନବୀନ ବାବୁ ମନେକଲେ I ପରିସ୍ଥିତିକୁ ସମ୍ଭାଳିବା ପାଇଁ ଜେଲର ତଳିଆ କର୍ମଚାରୀଙ୍କୁ ମାମଲା ଥଣ୍ଡା ପଡିବା ଯାଏ ନିଲମ୍ବିତ କରିବାର ଯୋଜନା କାର୍ଯ୍ୟକାରୀ ହୋଇଛି I ଯାବତୀୟ ଅଳିଆ କାମ କରି ଲୋକଙ୍କ ଦୃଷ୍ଟିରେ ବିବାଦମୁକ୍ତ ଥିବାର ନାଟକ ଚାଲିଛି I ମାନସିକ ସ୍ତରରେ ସୁଦୃଢ ଗୋବିନ୍ଦ ସାହୁ କୋର୍ଟର ରାୟ ଶୁଣିବା ପୂର୍ବରୁ ଆତ୍ମହତ୍ୟା କରିବା ଘଟଣାକୁ ବହୁତ ଲୋକ ବିଶ୍ୱାସ କରୁନାହାନ୍ତି I ପୁଲିସ ହାତରେ ଧରାପଡିବା ଗୋବିନ୍ଦ ଆତ୍ମହତ୍ୟା କଲାନି ଏବେ ଆତ୍ମହତ୍ୟା କରିବାର କାରଣ କଣ ? ଏମିତି ନାନା ପ୍ରଶ୍ନରେ ନବୀନ ସରକାର ଛନ୍ଦି ହୋଇଗଲେଣି I 
ବଲାଙ୍ଗିର ଭୀମ ଭୋଇ ଡାକ୍ତରଖାନାଠାରେ ମୃତକଙ୍କ ଶବ ବ୍ୟବଚ୍ଛେଦ କରାଯାଇଛି। ସମସ୍ତ ଘଟଣାର ଭିଡିଓ ରେକର୍ଡିଂ କରାଯାଇଛି। ତେବେ ବ୍ୟବଚ୍ଛେଦ ସମୟରେ ଗୋବିନ୍ଦଙ୍କ ପରିବାର ଲୋକ କେହି ଆସି ନଥିବାବେଳେ ସଂପର୍କୀୟମାନେ ମୃତଦେହକୁ ଗ୍ରହଣ ନ କରି ମହାଲିଙ୍ଗକୁ ନେବା ପାଇଁ ଦାବି କରିଥିଲେ। ଏମିତିକି ମୃତଦେହ କେହି ଗ୍ରହଣ କରୁନଥିବାରୁ ପୁଲିସ ଦୀର୍ଘ ସମୟ ଦ୍ୱନ୍ଦ୍ୱରେ ପଡ଼ିଥିଲା। ସଂପର୍କୀୟମାନେ ଶବ ନନେଇ ଫେରିଯାଇଥିବା ବେଳେ ପରେ ତିନି ଝିଅ ଆସି ଗୋବିନ୍ଦଙ୍କ ଶବ ଗାଁକୁ ନେଇଛନ୍ତି।

ସନ୍ଧ୍ୟା ପ୍ରାୟ ୫ଟା ୩୦ରେ ଗୋବିନ୍ଦଙ୍କ ମୃତଦେହ ତାଙ୍କ ପୈତୃକ ଗାଁରେ ପହଞ୍ଚିବା ପରେ ସେଠାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଗ୍ରାମ୍ୟ ଶ୍ମଶାନରେ ବୁଧବାର ସନ୍ଧ୍ୟାରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଗୋବିନ୍ଦଙ୍କ ମୃତ୍ୟୁକୁ ନେଇ ତାଙ୍କ ଓକିଲ ମଧ୍ୟ ବିଭିନ୍ନ ପ୍ରଶ୍ନ ଉଠାଇଛନ୍ତି। ବିଭାଗ ପକ୍ଷରୁ ଗୋବିନ୍ଦଙ୍କ ମୃତ୍ୟୁକୁ ସାଧାରଣ ଆତ୍ମହତ୍ୟା ଘଟଣା କୁହାଯାଉଥିଲେ ସୁଦ୍ଧା କଣ୍ଟାବାଞ୍ଜି ବଦଳରେ ବଲାଙ୍ଗିରରେ ବ୍ୟବଚ୍ଛେଦ କରାଯିବା, ବ୍ୟବଚ୍ଛେଦ ପାଇଁ ଦୀର୍ଘ ସମୟ ଲାଗିବା, ପଞ୍ଚନାମା ପାଇଁ ବୁର୍ଲା ଭିମସାରରୁ ଡାକ୍ତର ଡକାଯିବା ଆଦି ଘଟଣାକୁ ତର୍ଜମା କରାଗଲେ ଏହା ସାଧାରଣ ଆତ୍ମହତ୍ୟା ଘଟଣା ନୁହେଁ ବୋଲି ଗୋବିନ୍ଦଙ୍କ ଓକିଲ ଦେବାଶିଷ ପଣ୍ଡା ଅଭିଯୋଗ ଉଠାଇଛନ୍ତି।     

Related

News