ସାରୁଅରେ ପହଂଚି କ୍ରାଇମବ୍ରାଂଚର ଓଟିଭି ଜମି ତନାଘନା

  • 29-Oct-2020
  • 0 Comments


ଭୁବନେଶ୍ୱର: ଓଟିଭିର ସାରୁଅ ଜମି ଦୁର୍ନୀତି ମାମଲାର କ୍ରାଇମବ୍ରାଂଚ ତଦନ୍ତ ଆରମ୍ଭ ହୋଇଛି । କ୍ରାଇମବ୍ରାଂଚର ତିନିଜଣ ଅଧିକାରୀ  ସାରୁଅରେ ପହଂଚି ସ୍ଥାନୀୟ ଲୋକଙ୍କୁ ପଚରା ଉଚରା କରିବା ସହ ବିବାଦୀୟ ଅଂଚଳକୁ ବୁଲି ଦେଖିଛନ୍ତି ।  ଓଟିଭି କର୍ତୃପକ୍ଷ ସାରୁଅରେ ଜମି ହଡ଼ପ କରିଥିବା ଅଭିଯୋଗ କରାଯିବା ପରେ ସରକାରଙ୍କ ସୁପାରିଶ କ୍ରମେ କ୍ରାଇମବ୍ରାଂଚ ଏପରି ପଦକ୍ଷେପ ଗ୍ରହଣ କରିଅଛି । ଖବରରୁ ଜଣାପଡ଼ିଛି, ଓଟିଭି ପକ୍ଷରୁ ପାଚେରୀ କରାଯିବା ଫଳରେ ସ୍ଥାନୀୟ ଲୋକଙ୍କ ଚଳପ୍ରଚଳରେ ଘୋର ଅସୁବିଧା ଉପୁଜିଥିଲା । ଲୋକଙ୍କଠାରୁ ଅଭିଯୋଗ ପାଇବା ପରେ ପ୍ରଶାସନ ସଂପୃକ୍ତ ଅଂଚଳକୁ ମାପଚୁପ କରି ଓଟିଭି ନିର୍ମାଣ କରିଥିବା ପାଚେରୀକୁ ଭାଂଗିଥିଲା । 

Related

News