ବଜେଟରେ ଧନୀକୁ ଅତି ଧନୀ, ଗରିବକୁ ଅତି ଗରିବ ଯୋଜନା: ରାପଦ 

  • 02-Feb-2021
  • 0 Comments


ସୀତାରମଣଙ୍କ ବଜେଟ କାନକୁ ସୁମଧୁର, ବାସ୍ତବ ଅତି କଦର୍ଯ୍ୟ ବୋଲି କହିଛନ୍ତି ରାଷ୍ଟ୍ରୀୟ ପରିବର୍ତ୍ତନ ଦଳର ରାଜ୍ୟ ସଭାପତି ସୁଶାନ୍ତ ସର୍ବେଶ୍ୱର ଦାସ ।  ୨୦୨୧-୨୨ ଆର୍ଥିକ ବର୍ଷରେ ୩୪.୫ ଲକ୍ଷ କୋଟି ବ୍ୟୟ ଅଟକଳ କରାଯାଇଛି। ଜରୁରୀକାଳୀନ ପାଣ୍ଠି ପାଇଁ ୩୦ ହଜାର କୋଟି ଟଙ୍କା ରଖାଯାଇଛି। ୨୦୨୦-୨୧ ଆର୍ଥିକ ବର୍ଷରେ ବିତ୍ତୀୟ ନିଅଣ୍ଟ ୯.୫% ରହିଛି। ୨୦୨୧-୨୨ରେ ବିତ୍ତୀୟ ନିଅଣ୍ଟ ୬.୮ ପ୍ରତିଶତ ରହିବା ଅନୁମାନ କରାଯାଉଛି । କେନ୍ଦ୍ର ଅର୍ଥମନ୍ତ୍ରୀ ଧନୀଙ୍କ ହାତଟେକାରେ ଜୀବନ ବିତାଇବାକୁ ଗରିବଙ୍କୁ ବାଧ୍ୟ କରିଛନ୍ତି । ଶିଳ୍ପପତିଙ୍କ ସିନ୍ଦୁକରେ ଚାଷୀଙ୍କ ଜୀବନ ସାଇତି ରଖିବାର ଷଡ଼ଯନ୍ତ୍ରକୁ ଆଉ ଟିକେ ସହଜ କରି ଦିଆଯାଇଛି । 

ବଜେଟରେ ସାଧାରଣ କରଦାତାଙ୍କର ଟିକସ ହାରରେ କୌଣସି ପରିବର୍ତ୍ତନ ହୋଇନାହିଁ। ତେବେ ୭୫ ବର୍ଷ ବୟସରୁ ଅଧିକ ବୟସ୍କ ନାଗରିକଙ୍କୁ ଆୟକରରୁ ଛାଡ ଦିଆଯାଇଛି । ସେମାନଙ୍କୁ ଆଉ ଟ୍ୟାକ୍ସ ଦାଖଲ କରିବାକୁ ପଡ଼ିବ ନାହିଁ। ଏଥି ସହିତ କୃଷକଙ୍କ ଆୟକୁ ଦ୍ୱିଗୁଣିତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ସହରାଞ୍ଚଳ, ଗ୍ରାମୀଣ ପରିମଳ ବ୍ୟବସ୍ଥା ପାଇଁ ସରକାର ବଜେଟରେ ବ୍ୟବସ୍ଥା କରିଛନ୍ତି ।

 

ରେଳବାଇ ପାଇଁ ଜାତୀୟ ରେଳ ଯୋଜନା ୨୦୩୦ ପ୍ରସ୍ତୁତ କରିବାକୁ ସରକାର ଏକ ବ୍ୟବସ୍ଥା କରିଛନ୍ତି। ବୀମା କ୍ଷେତ୍ରରେ ୭୪% ପର୍ୟ୍ୟନ୍ତ ପ୍ରତ୍ୟେକ୍ଷ ବିଦେଶୀ ନିବେଶକୁ ଅନୁମୋଦନ କରାଯାଇଛି। ପ୍ରବାସୀ ଶ୍ରମିକମାନଙ୍କ ପାଇଁ ଏକ ପୋର୍ଟାଲ୍ ସୃଷ୍ଟି ହେବ। ଯେଉଁଥିରେ ସେମାନଙ୍କ ସମ୍ବନ୍ଧୀୟ ସୂଚନା ରହିବ। ଅନେକ ସରକାରୀ କମ୍ପାନୀଗୁଡିକର ବିନିଯୋଗ ସଂପର୍କରେ ମଧ୍ୟ ଘୋଷଣା କରାଯାଇଛି। ଲେହରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବ ଏବଂ ୪ କୋଟି ଅନୁସୂଚିତ ଜାତି ଛାତ୍ରଙ୍କୁ ୩୫ ନିୟୁତ ଟଙ୍କା ପ୍ରଦାନ କରାଯିବ । ଚଳିତ ବର୍ଷ ଆର୍ଥିକ ନିଅଣ୍ଟ ୬.୮ ପ୍ରତିଶତ ହେବ ବୋଲି ବଜେଟରେ ଆକଳନ କରାଯାଇଛି ।

Related

News