୧୦ ଘଣ୍ଟା ପରେ ମୃତଦେହ ସଂସ୍କାର

  • 01-May-2021
  • 0 Comments


୧୦ ଘଣ୍ଟା ଧରି ଜଣେ ମହିଳାଙ୍କ ମୃତଦେହ ପଡିରହିବା ପରେ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଦରକାର ପଡିଲା l ଗ୍ରାମବାସୀ କି ସରପଂଚ ମୃତଦେହ ସଂସ୍କାର ପାଇଁ ଆଗେଇଲେନି l କଟକ ଜିଲ୍ଲାର ବାଙ୍କୀ ବ୍ଲକ ହରିରାଜପୁର ଅଂଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି l  ହରିରାଜପୁର ଗାଁର ମହିଳା ମୀନତି ନନ୍ଦ ଜ୍ୱରରେ ପଡିଥିଲେ । ଶୁକ୍ରବାର ସଂଧ୍ୟାରେ ତାଙ୍କର ମୃତ୍ୟୁ ହୋଇଥିଲା । କରୋନା ଭୟରେ ତାଙ୍କ ଶବ ଉଠାଇବାକୁ ଗାଁ ଲୋକ ମନା କରିଦେଲେ । ମୃତା ମହିଳାଙ୍କ ସଂପର୍କୀୟ ଶବ ସତ୍କାର ଲାଗି ଗାଁ ଲୋକଙ୍କୁ ନେହୁରା ହୋଇଥିଲେ ମଧ୍ୟ କେହି ଶୁଣିନଥିଲେ ।

ସେହି ଗାଁର ଜଣେ ଶିକ୍ଷିତ ଯୁବକ କଟକ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l ଶବ ଉଠିବା ନେଇ ଜିଲ୍ଲାପାଳ ବ୍ୟବସ୍ଥା କରିବେ ବୋଲି ପ୍ରତିଶୃତି ଦେଲେ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବାଙ୍କୀ ତହସିଲଦାର ଓ ଆରଆଇ ଘଟଣାସ୍ଥଳରେ ପହଂଚି ଶବ ସତ୍କାର ଉଦ୍ୟମ କରିଥିଲେ । ଡମପଡ଼ାରୁ ଆମ୍ବୁଲାନ୍ସ ଆସି ଶବକୁ କଟକର ସତୀ ଚଉରାକୁ ନେଇଥିଲା l 

Related

News