ଟୀକାକରଣ କାରଣରୁ ଶିଶୁର ମୃତ୍ୟୁ ଅଭିଯୋଗ

  • 09-Jun-2022
  • 0 Comments


ଟୀକାକରଣ କାରଣରୁ ଶିଶୁର ମୃତ୍ୟୁ ଅଭିଯୋଗ   

ଓଡ଼ିଶରେ ସ୍ୱାସ୍ଥ୍ୟସେବା ବିରୋଧରେ ଲୋକଙ୍କ ଅଭିଯୋଗ ଥମିବାର ନାହିଁ ! ରାୟଗଡାରେ ଗୋଟିଏ ଦୁଇ ମାସର ଶିଶୁ ଟୀକା ନେବାର କିଛି କ୍ଷଣ ପରେ ମରିଯିବାରୁ ନବୀନ ସରକାରଙ୍କ ଭେଜାଲ ଟୀକାକରଣକୁ ଦାୟୀ କରାଯାଇଛି ! ସୂଚନା ମୁତାବକ ରାୟଗଡା ଜିଲ୍ଲା କଲ୍ୟାଣସିଂ ହପୁର ବ୍ଲକ ନାରାୟଣପୁର ପଞ୍ଚାୟତର ବଡତୋଡ୍ରା ଗାଁରେ ସ୍ଵାସ୍ଥ୍ୟ ବିଭାଗ ତରଫରୁ ୦ରୁ ୫ବର୍ଷ ଶିଶୁମାନଙ୍କୁ ଟିକା ଦିଆଯାଇଥିଲା ! ସେଥିରେ ମହିଳା ସ୍ୱାସ୍ଥ୍ୟକର୍ମୀ ଜ୍ୟୋତ୍ସ୍ନାରାଣୀ ସାହୁ, ଆଶାକର୍ମୀ ରିତା କାଡ୍ରାକା, ଅଙ୍ଗନୱାଡ଼ି କର୍ମୀ ସ୍ନେହଲତା ମହାରଣା ପ୍ରମୁଖ ଉପସ୍ଥିତ ରହି ୦ରୁ ୫ବର୍ଷର ପ୍ରାୟ ୨୨ ଜଣ ଶିଶୁଙ୍କୁ ଆଇ ପି ବି, ଓ ପି ବି, ପି ସି ବି ଟିକା ଦେବା ପରେ ପୋଲିଓ ବୁନ୍ଦା ଖାଇଥିଲେ । ଟୀକା ନେଇଥିବା ପିଲାଙ୍କ ଭିତରୁ ପୁଷ୍ପ କାଡ୍ରକାଙ୍କ ଦୁଇ ମାସର ଶିଶୁକୁ ଟୀକା ନେବାର ୯ ଘଣ୍ଟା ପରେ ଜ୍ୱର ଆସିଥିଲା ! ରାତ୍ର ୧୦ ଟାରେ ଶିଶୁ ଦେହର ତାତି କମିଥିଲା। ରାତି ୨ଟାରୁ ତିନିଟା ଭିତରେ ମା’ ଶିଶୁକୁ କ୍ଷୀର ପିଆଇଥିଲେ। ପୁଣି ୫ଟା ସମୟରେ ଶିଶୁକୁ କ୍ଷୀର ପିଆଇବାକୁ ଉଠିଲା ବେଳେ ଶିଶୁ ଆଉ ଉଠି ନଥିଲା। ଶିଶୁର ମୃତ୍ୟୁ ହୋଇଥିବା ଅନୁମାନ କରି ମା’ ପୁଷ୍ପା ପରିବାର ଓ ଗ୍ରାମବାସୀଙ୍କୁ ଜଣାଇଥିଲେ । ଗ୍ରାମବାସୀ ଆଶା, ଅଙ୍ଗନୱାଡି ଓ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ଡକାଇ ପଚରା ଉଚରା କରିଥିଲେ । 
ଅନ୍ୟ କିଛି ଶିଶୁଙ୍କୁ ତରଳ ଝାଡା ହେଉଥିବା ଅଭିଯୋଗ କରିଥିଲେ ଗ୍ରାମବାସୀ। ଖବର ପାଇ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଡାକ୍ତର ଚିନ୍ମୟ ଲିମା, ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଶ୍ୟାମ ସୁନ୍ଦର ମାଝୀ, ମହିଳା ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରେମଲତା ପାଣିଗ୍ରାହୀ ଘଟଣା ସ୍ଥଳରେ ପହଞ୍ଚିଥିଲେ !

ଡାକ୍ତର ଚିନ୍ମୟ ଲିମା କହିଛନ୍ତି, ଟିକା କାରଣରୁ ଶିଶୁର ମୃତ୍ୟୁ ହୋଇନାହିଁ। ସରକାରଙ୍କ ନିୟମ ଅନୁଯାୟୀ ଟୀକା ଦିଆଯାଇଛି। ମୃତ ଶିଶୁର ଓଜନ କମ୍ ଥିଲା। ଟିକାର ଗୁଣାତ୍ମକ ମନ ପ୍ରତି ସନ୍ଦେହ କରି ପରୀକ୍ଷାଗାରକୁ ପଠାଯାଇଥିବାର ସୂଚନା ମିଳିଛି! 

Related

News