ବାସଚ୍ୟୁତଙ୍କ ପ୍ରତି ନବୀନ କଠୋର

  • 12-Jul-2021
  • 0 Comments


ରାଜ୍ୟ ସରକାରଙ୍କ ଉଦାରପଣିଆର ଅନ୍ତ ନାହିଁ । କୃଷକଙ୍କ ଆକାଉଂଟକୁ କାଳିଆ ଟଙ୍କା ପଠାଇ ନବୀନ ସରକାର ବାହାବା ସାଉଁଟିଛନ୍ତି । ଏପରିକି ମୋଦୀ ସରକାରଙ୍କ ତୁଳନାରେ ନବୀନ ସରକାର ଅଧିକ ଲୋକଙ୍କ ହୃଦୟ ଜିତିପାରିଛି । ମାତ୍ର ପ୍ରକଳ୍ପ ପାଇଁ ଭିଟାମାଟି ଓ କୁଳବେଉସା ହରାଉଥିବା ପରିବାର ପ୍ରତି ନବୀନ ବାବୁ ଏତେ କଠୋର କାହିଁକି ବୁଝାପଡୁନି । ରାଜ୍ୟର ସ୍ୱାର୍ଥ ତଥା ଆଂଚଳିକ ବିକାଶ ପାଇଁ ବାପଅଜା ଅମଳର ଭିଟାମାଟି ହରାଉଥିବା ପରିବାରକୁ ଥଇଥାନ କରିବାରେ ନବୀନ ବାବୁ ପଛାଉଛନ୍ତି । ରାଜ୍ୟ ସରକାରଙ୍କ ଟାଳଟୁଳ ନୀତିରେ ଗଭୀର ଅସନ୍ତୋଷ ବ୍ୟକ୍ତ କରି ରାଜ୍ୟ ମାନବାଧିକାର ଆୟୋଗ କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି । ଆମେ ଆପଣଙ୍କୁ ଇନ୍ଦ୍ରାବତୀ ଜଳ ବିଦୁ୍ୟତ ପ୍ରକଳ୍ପ କାରଣରୁ ବାସ ହରାଇଥିବା ପରିବାରଙ୍କ ଦୁର୍ଦ୍ଦଶା ବିଷୟରେ ଜଣାଇବାର ପ୍ରୟାସ କରିଛୁ । ବାସଚ୍ୟୁତଙ୍କ ସମସ୍ୟା ସମାଧାନ କରିବା ଦିଗରେ ସରକାରଙ୍କଠାରୁ କୈଫିୟତ ତଲବ କରିଛନ୍ତି ଆୟୋଗ । ସତ୍ୟପାଠ ଜରିଆରେ ସବୁ ତଥ୍ୟ ଉପସ୍ଥାପନ କରିବାକୁ ଓଡ଼ିଶା ସରକାର ବିଫଳ ହେଲେ ମୁଖ୍ୟ ସଚିବ ଅଗଷ୍ଟ ୨୩ ତାରିକରେ ବ୍ୟକ୍ତିଗତ ଭାବେ ଆୟୋଗଙ୍କ ନିକଟରେ ହାଜର ହେବେ । 
ଆଇନଜୀବୀ ରାଧାକାନ୍ତ ତ୍ରିପାଠୀଙ୍କ  ଲିଖିତ ଅଭିଯୋଗକୁ ଗୁରୁତ୍ୱ ଦେଇ ମାନବାଧିକାର ଆୟୋଗ ବିସ୍ଥାପିତଙ୍କ ପ୍ରତି ନ୍ୟାୟୋଚିତ ପଦକ୍ଷେପ ଗ୍ରହଣ କରିଛନ୍ତି ।

ଇନ୍ଦ୍ରାବତୀ ପ୍ରକଳ୍ପ ଯୋଗୁ ନବରଙ୍ଗପୁର, କୋରାପୁଟ, ରାୟଗଡ଼ା ଓ କଳାହାଣ୍ଡିର ଶହେରୁ ଅଧିକ ଗ୍ରାମର ଜନତା ଏବେମଧ୍ୟ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ବିଜୁଳି ସେବା, ଗମନାଗମନ ଆଦି ମୌଳିକ ସେବାରୁ ବଂଚିତ ଅଛନ୍ତି । ଆୟୋଗଙ୍କ ସ୍ୱତନ୍ତ୍ର ସମନ୍ୱୟ ରକ୍ଷାକାରୀ ଅଧିକାରୀ ଦାମୋଦର ଷଡ଼ଙ୍ଗୀ ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାର ବିସ୍ଥାପିତଙ୍କ ବସତି ପରିଦର୍ଶନ କରି ଏକ ରିପୋର୍ଟ ପ୍ରଦାନ କରିଥିଲେ । ବିସ୍ଥାପିତଙ୍କ ସମସ୍ୟା ସମାଧାନ କରିବା ପାଇଁ ୨୦୧୩ରେ ଆୟୋଗ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ମାତ୍ର ସରକାର ଆଜିସୁଦ୍ଧା କୌଣସି ଦକ୍ଷ ଟିମ ଗଠନ କରିନାହାନ୍ତି ।

Related

News